ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତଭଙ୍କ ପରଲୋକ

ମହାରାଷ୍ଟ୍ର,ଏଜେନ୍ସି: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତଭଙ୍କର ଆଜି ଦେହାନ୍ତ ହୋଇଛି। ସେ କରୋନା ସଂକ୍ରମିତ ଥିଲେ। କରୋନାରୁ ସୁସ୍ଥ ହୋଇଆସୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିଶ୍ୱାସ କରାଯାଉଥିବା ବେଳେ ସେ ଏପ୍ରିଲ ୨୨ରେ କରୋନା ସଂକ୍ରମିତ ହୋଇଥିଲେ। ପରେ ସେ ଗୁରୁତର ହୋଇପଡିଥିଲେ।

କଂଗ୍ରେସ ସାଂସଦ ରାଜୀବ ସାତଭଙ୍କର ରବିବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା।

କରୋନାରୁ ଭଲ ହୋଇଆସୁଥିଲେ ମଧ୍ୟ ନୂଆ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ବିୟୋଗ କଂଗ୍ରେସ ଦଳର ଏକ ବିରାଟ କ୍ଷତି ହୋଇଥିବା ମତ ପ୍ରକାଶ ପାଇଛି।