ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ରାମନାଗୁଡା,ଏନ୍ଏନ୍ଏସ୍: କରୋନାକୁ ନେଇ ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ବ୍ଲକ ପ୍ରଶାସନ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ କରୋନା ମୁକ୍ତ ବ୍ଲକ ଗଠନ ଦିଗରେ ଉଦ୍ୟମ ଜାରି ରଖିଛି ବ୍ଲକପ୍ରଶାସନ। ବ୍ଲକ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ ଦିଗରେ ଅହରହ ଦିନ ଓ ରାତି ସମୟରେ ସୁରକ୍ଷାକର୍ମୀଙ୍କ ସହ ରାଜସ୍ୱ ବିଭାଗର କର୍ମଚାରୀ ଓ ଶିକ୍ଷକମାନେ ଉପସ୍ଥିତ ରହି ଅଞ୍ଚଳ ମଧ୍ୟରେ କରୋନା ପୁରାଇ ନଦେବା ପାଇଁ ଅଣ୍ଟା ଭିଡିଛନ୍ତି।

ସେହିପରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପ୍ରଶାସନ ତରଫରୁ ୨ଗୋଟି ଚେକ୍ ପୋଷ୍ଟ କରି ପୁଲିସ ତରଫରୁ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେହିପରି ସୀମାନ୍ତରେ ଗଳାବାଟ ଦେଇ ପଶିଆସୁଥିବା ପ୍ରବାସୀଙ୍କ ପ୍ରତି ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ସେହିପରି ସୀମାନ୍ତ ଦେଇ ଅତିଆବଶ୍ୟକ ନଥିଲେ ମାଲବାହୀ ଗାଡ଼ି ଛାଡିଦେଲେ ଅନ୍ୟ କୌଣସି ଗାଡ଼ି ଚଳାଚଳ ସହ କୋୖଣସି ଲୋକଙ୍କୁ ଓଡ଼ିଶା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ।

ଉକ୍ତ ରାସ୍ତା ମଧ୍ୟରେ କୌଣସି ଗାଡ଼ି ଚଳାଚଳ ନକରିବାକୁ ବାରଣ କରାଯାଇଛି। ସେହିପରି ପ୍ରତି ୮ ଘଣ୍ଟାଏ ଲେଖାଁଏ ପାଳି କରି ରାଜସ୍ୱ, ଶିକ୍ଷା, ପୁଲିସ ବିଭାଗର ବିଭିନ୍ନ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେହିପରି ପ୍ରତି ଘଣ୍ଟାରେ ତହସିଲଦାର ଜୟଶ୍ରୀ ମଲ୍ଲିକ, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ସ୍ଥିତି ପରଖିବା ସହ କୈଣସି ପରିସ୍ଥିତି ଉପୁଜିଲେ ସଙ୍ଗେସଙ୍ଗେ ଖବର ଦେବାକୁ ପରାମର୍ଶ ଦେଇଛନ୍ତି।