ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ସଜାଗ ରହି ଦଳକୁ ସୁଦୃଢ଼ କର : ପ୍ରଣବ ପ୍ରକାଶ ଦାସ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ଉଦୟପୁର ବିରଜା ମନ୍ଦିର ପରିସରରେ ବିଜେଡିର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସମ୍ମାନିତ ଅତିଥି ଭାବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣବାଳା ସିଂ, ସାହାରପଡ଼ା ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି ଓ ବିଜେଡି ଜିଲ୍ଲା କୃଷକ ସଭାପତି ଦୀପକ ରାଜ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଦାସ ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ସଜାଗ ରହି ଦଳକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।