ସଂରକ୍ଷିତ ଜଙ୍ଗଲରୁ ପଥର ବୋଝେଇ ଟ୍ରାକ୍ଟର ଜବତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅନ୍ତର୍ଗତ ଧନୁର୍ଜୟପୁର ରିଜର୍ଭ ଫରେଷ୍ଟରୁ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ପଥର ଚୋରା ଚାଲାଣ ହେଉଥିବାବେଳେ କୌଣସି ସୂତ୍ରରୁ ଖବରପାଇ ବନବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ପଥର ବୋଝେଇ ହୋଇ ଚାଲାଣ ହେଉଥିବାବେଳେ ବନବିଭାଗ ଜବତ କରିଛି। ଏହି ଚଢ଼ଉରେ ପାଟଣା ବନପାଳ ଜୋତ୍ସ୍ନାରାଣୀ ବେହେରା ବନରକ୍ଷୀ ତ୍ରିନାଥ ଜେନା ସମେତ ପାରା ଷ୍ଟାଫ ସାମିଲ ଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ସଂରକ୍ଷିତ ଜଙ୍ଗଲରୁ ବେଆଇନ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଇଆସୁଥିଲା।