ନବ ନିର୍ମିତ ଘର ସମ୍ମୁଖରୁ ବୃଦ୍ଧଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳି ଗ୍ରାମର ଏକ ନବ ନିର୍ମିତ ଘର ସମ୍ମୁଖରୁ ଜଣେ ଅଜଣା ବୃଦ୍ଧଙ୍କ କ୍ଷତ ବିକ୍ଷତ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ବୃଦ୍ଧଙ୍କ ମୁହଁରେ ଗଭୀର କ୍ଷତ ଥିବାବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଆଜି ସନ୍ଧ୍ୟାରେ ଗ୍ରାମର କିଛି ମହିଳା ନଳକୂପରୁ ପାଣି ଆଣିବାକୁ ଯାଇଥିବା ସମୟରେ ମୃତଦେହକୁ ଦେଖିବାକୁ ପାଇଥିଲେ। ପରେ ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇବା ପରେ ମଧ୍ୟ ସେଠାରେ ପୁଲିସ ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।