କୋରାପୁଟ,ଏନ୍ଏନ୍ଏସ୍: ବୋରିଗୁମ୍ମା ପୁଲିସ୍ ଦ୍ୱାରା ୩ଜଣ ଡକାୟତଙ୍କ ସହ ୪ଜଣ ଗିରଫ ହୋଇଥିବା ବୋରକିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲାଲୁ ହରିଜନ, ଅଜୟ ହରିଜନ, ମୋହନ ବାଘ ଓ ଚୋରି ସୁନା କିଣିଥିବା ବେଦବ୍ୟାସ ବିଶ୍ୱାଳ। ଏସପି ମୁକେଶ କମାର ଭାମୁଙ୍କ ନିର୍ଦ୍ଦେଶରେ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଗଠିତ ଟିମ୍ ଡକାୟତ ଦଳକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ୍ ସୁନା ଚେନ୍, ୩ଟି ବାଇକ୍, ୯ଟି ମୋବାଇଲ୍ ଫୋନ୍, ନଗଦ ୪୦,୩୦୦ଟଙ୍କା ଓ ଗୋଟିଏ ଛୁରୀ ଜବତ କରିଛି। ଆଉ ଜଣେ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।