ଗାଁରୁ ବୋମାମାଡ଼ କରି ଲୁଟ୍

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବାଘମାରୀ ଥାନା ଦିନିଆରୀ ଗାଁରେ ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ୧୦ ଜଣ ଦୁର୍ବୃତ୍ତ ଗାଁର ପଶି ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦିନିଆରୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଯୋଗୀନାଥ ମହାରଣାଙ୍କ ଘରକୁ ବୋମା ମାଡ଼ କରିଥିଲେ। ଏଥିସହିତ ଘର ଆଲମିରାରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିଥିଲେ। ଏହି ଘଟଣାରେ ଯୋଗୀନାଥ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ବାଘମାରି ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।