ଚୀନ୍‌କୁ ଭାରତର କଡ଼ା ସନ୍ଦେଶ, ସୀମା ନିକଟରେ ମୁତୟନ ହେଲା ଶକ୍ତିଶାଳୀ ରାଫେଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ଚୀନ ସୀମା ଏଲ୍‌ଏସିରେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ମୁତୟନ ହୋଇଛି । ଲେହର କୁଶୋକ ବାକୁଲା ରିପୋଶେ ବିମାନ ବନ୍ଦରରେ ରାଫେଲ ମୁତୟନ କରାଯାଇଛି । ଚୀନ୍‌ର ଏକ ଫାଇଟର ଏୟାରକ୍ରାଫ୍ଟ ସୀମାରେ ନିକଟରେ କିଛିଦିନ ପୂର୍ବରୁ ଉଡ଼ାଣ ଭରିଥିଲା ।

ସକାଳ ୪ଟା ବେଳେ ଚୀନର ଫାଇଟର ଏୟାରକ୍ରାଫ୍ଟ ଦେଖିଥିଲେ ସୀମାରେ ମୁତୟନ ସୁରକ୍ଷାକର୍ମୀ । ଏହାପରେ ତୁରନ୍ତ ଏଲ୍‌ଏସି ନିକଟସ୍ଥ କୁଶୋକ ବାକୁଲା ରିପୋଶେ ବିମାନ ବନ୍ଦରକୁ ଯୁଦ୍ଧ ବିମାନ ପଠାଇଥିଲା ଭାରତୀୟ ବାୟୁସେନା । ଅମ୍ବାଲା ବିମାନ ବନ୍ଦରରୁ ରାଫେଲ୍‌କୁ ଏଠାକୁ ଅଣାଯାଇଛି । ଅମ୍ବାଲା ଏୟାରବେସ୍‌ରୁ ଲେହ ମାତ୍ର ୪ କିମି ଦୂରତାରେ ରହିଛି ।

ଚୀନର ଆଗାମୀ ପଦକ୍ଷେପ କଣ ହେବ ତାହାକୁ ନେଇ କୌଣସି ଆକଳନ ସମ୍ଭବ ନୁହେଁ । ତେବେ ଏହାପୂର୍ବରୁ ସତର୍କତା ପୂର୍ବକ ପଶ୍ଚିମବଙ୍ଗର ହାଶିମାରାରେ ମଧ୍ୟ ରାଫେଲ ଷ୍ଟାଣ୍ଡବାଏରେ କରାଯାଇଛି । ସନ୍ଧି ମୁତାବକ ଭାରତ ଚୀନ ଉଭୟଙ୍କ ଯୁଦ୍ଧ ବିମାନ ସୀମାର ୧୦ କିମି ଦୂରରେ ରଖିବେ । ତେବେ ୟୁଟିଲିଟି ହେଲିକେପ୍ଟର ସୀମା ନିକଟକୁ ଆସି ପାରିବ ।

ଚୀନ ସୀମାରେ ସୁରକ୍ଷାବଳ ବୃଦ୍ଧି କରିବା ସହ ଯୁଦ୍ଧାଭ୍ୟାସ କରୁଛି । ସୀମା ନିକଟରେ ଯୁଦ୍ଧ ବିମାନ ଉଡ଼ାଇବା ମଧ୍ୟ ଏହାର ଏକ ଅଶଂ ବୋଲି ଆଲୋଚନା ହେଉଛି । ପାଖାପାଖି ୩୦ ହଜାର ଚୀନ ସୈନ୍ୟ ସୀମାରେ ମୁତୟନ ଅଛନ୍ତି । ତେବେ ଚୀନ ବିସ୍ତାରବାଦୀ ଚିନ୍ତାଧାରା ନେଇ ଭାରତ ଉପରକୁ ଆଖି ପକାଇଲେ ଭାରତୀୟ ସେନା ମଧ୍ୟ ପଛକୁ ହଟିବ ନାହିଁ । ସୀମା ନିକଟରେ ରାଫେଲ ରଖି ସେନା ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି ।