ଖୋର୍ଦ୍ଧା,ଏନ୍ଏନ୍ଏସ୍: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ କୋଭିଡ ଗାଇଡ ଲାଇନକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଖୋର୍ଦ୍ଧା ବକ୍ସିଂ ଜଗବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆରେ ନିରାଡମ୍ବରରେ ଅନୁଷ୍ଠିତ ହୋଇଛି। ଅଣୁ, କ୍ଷୁଦ୍ର ଶକ୍ତି ଓ ବିଜ୍ଞାନ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।
