୧୧ରୁ ରାଜ୍ୟସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା

ଭୁବନେଶ୍ୱର,ଏଜେନ୍ସି: ମା’ ଭୁବନେଶ୍ୱରୀ କ୍ଲବ୍ ପକ୍ଷରୁ ପ୍ରଥମ ଥର ପାଇଁ ସହିଦନଗର ଦୁର୍ଗାପୂଜା ସମିତି ସହଯୋଗରେ ଦୁର୍ଗାମଣ୍ଡପରେ ରାଜ୍ୟସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଡବଲ୍ସ ବର୍ଗରେ ୩୨ଯୋଡ଼ି ଏବଂ ସିଙ୍ଗଲ୍ସ ବର୍ଗରେ ୬୪ ପ୍ରତିଯୋଗୀ ଭାଗ ନେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶାର ସୁନାମଧନ୍ୟ ଆମ୍ପାୟର୍‌ଙ୍କ ଦ୍ୱାରା ପ୍ରତିଯୋଗିତା ପରିଚାଳିତ ହେବାକୁ ଥିବାବେଳେ ବିଶିଷ୍ଟ କ୍ରୀଡ଼ା ତାରକାମାନେ ଏହାକୁ ଉଦ୍‌ଘାଟନ କରିବେ।

ପ୍ରତିଯୋଗିତାର ବିଜେତାଙ୍କୁ ଟ୍ରଫି ସହିତ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ। ପ୍ରତିଯୋଗିତାରେ ସୁନ୍ଦରଗଡ଼, ପୁରୀ, ବାଙ୍କୀ, ଖୋର୍ଦ୍ଧା, କଟକ, ଜଟଣୀ ଓ ଭୁବନେଶ୍ୱରର କ୍ଲବ୍‌ଗୁଡ଼ିକ ଭାଗ ନେଇଛନ୍ତି। ଏନେଇ ଆଜି ଅନୁଷ୍ଠିତ ଏକ ପ୍ରେସ୍‌ମିଟ୍‌ରେ ସହଦ ନଗର ଦୁର୍ଗା ପୂଜାର କମିଟି ସମ୍ପାଦକ ନାରାୟଣ ମହାପାତ୍ର, ଉପଦେଷ୍ଟା ବିଭୁଦତ୍ତ ଦାସ, କୈଳାସ ଚନ୍ଦ୍ର ମିଶ୍ର, ଅଚ୍ୟୁତ ପ୍ରସାଦ ବେହେରା, ଗୋପାଳ କୃଷ୍ଣ ମହାନ୍ତି, ସତୀଶ ରଞ୍ଜନ ସାମନ୍ତରାୟ, ସଞ୍ଜୟ କୁମାର ଦାସ, ସୁନୀଲ ପଟ୍ଟନାୟକ, କାଳୀନାରାୟଣ ପଟ୍ଟନାୟକ, ଆଶିଷ ମହାନ୍ତି, ଯୁଗଳ କିଶୋର ସ୍ୱାଇଁ, ସରୋଜ ପାତ୍ର, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଭାପତି ଉମାନାଥ ମିଶ୍ର, ସମ୍ପାଦକ ଚନ୍ଦନ ରାଏ ପଟ୍ଟନାୟକ ପ୍ରତିଯୋଗିତା ବିଷୟରେ ସୂଚନା ଦେବା ସହ ସମସ୍ତଙ୍କ ସହଯୋଗ ଆଶା କରିଥିଲେ।