Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଦ୍ୱିତୀୟରେ ଅଶ୍ୱିନ, ଏକାଦଶରେ ମୟଙ୍କ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଦ୍ୱିତୀୟରେ ଅଶ୍ୱିନ, ଏକାଦଶରେ ମୟଙ୍କ

ଦୁବାଇ,ଏଜେନ୍ସି: ବୁଧବାର ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗ୍‌ରେ ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଗୋଟିଏ ସ୍ଥାନର ଉନ୍ନତି ସହ ବୋଲିଂ ରାଙ୍କିଙ୍ଗ୍ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଦଳୀୟ ସାଥୀ ଓପ୍ନର୍ ମୟଙ୍କ ଅଗରୱାଲ୍ ଓ କିୱି ସ୍ପିନର୍ ଏଜାଜ୍ ପଟେଲ୍ ମଧ୍ୟ ରାଙ୍କିଙ୍ଗ୍‌ରେ ଜବରଦସ୍ତ ଲାଭାନ୍ୱିତ ହୋଇଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ୧୫୦ ଓ ୬୨ ରନ୍ ସ୍କୋର୍ କରି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିବା ମୟଙ୍କ ୩୦ଟି ସ୍ଥାନର ଉନ୍ନତି ସହ ୧୧ଶରେ ପହଞ୍ଚିଛନ୍ତି। ଫଳରେ ସେ ତାଙ୍କ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ୧୦ମ ସ୍ଥାନଠାରୁ ମାତ୍ର ଗୋଟିଏ ସ୍ଥାନ ଦୂରରେ ରହିଛନ୍ତି।

ନଭେମ୍ବର ୨୦୧୯ରେ ସେ ରାଙ୍କିଙ୍ଗ୍‌ର ୧୦ମ ସ୍ଥାନ ହାସଲ କରିଥିଲେ। ତୃତୀୟ ଖେଳାଳି ଭାବେ ଗୋଟିଏ ଇନିଂସ୍‌ରେ ୧୦ ୱିକେଟ୍ ହାସଲ କରି ଜିମ୍ ଲେକର୍ ଓ ଅନୀଲ କୁମ୍ବଲେଙ୍କ ସମକକ୍ଷ ହୋଇଥିବା ମୁମ୍ବାଇ ଜନ୍ମିତ ଏଜାଜ୍ ପଟେଲ୍ ୨୩ ସ୍ଥାନର ଉନ୍ନତି ସହ ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ବାମହାତୀ ସ୍ପିନର୍‌ଙ୍କ ପୂର୍ବ ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍ ୫୩ ଥିଲା ଏବଂ ଭାରତ ବିପକ୍ଷ ସିରିଜ୍ ଆରମ୍ଭ ପୂର୍ବରୁ ୬୨ ତମ ସ୍ଥାନରେ ରହିଥିଲେ।

ଆଇସିସି ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ର ଅଂଶବିଶେଷ ଥିବା ମୁମ୍ବାଇ ଟେଷ୍ଟ ପରେ ରାଙ୍କିଙ୍ଗ୍‌ରେ ଲାଭାନ୍ୱିତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଶୁବମାନ୍ ଗିଲ୍ (୪୫ତମ), ଫାଷ୍ଟ ବୋଲର୍ ମହମ୍ମଦ ସିରାଜ୍ (୪୧ତମ) ଏବଂ ନ୍ୟୁଜିଲାଣ୍ଡ ବ୍ୟଟର୍ ଡାରିଲ୍ ମିଚେଲ୍ (୭୮ତମ) ସ୍ଥାନ। ଏମାନଙ୍କୁ ଯଥାକ୍ରମେ ଦୁଇଟି, ଚାରିଟି ଓ ୨୬ଟି ସ୍ଥାନର ଲାଭ ହୋଇଛି।

ଭାରତର ୩୭୨ ରନ୍ ବିଜୟରେ ପ୍ରତ୍ୟେକ ଇନିଂସ୍‌ରେ ଚାରିଟି ଲେଖାଏଁ ୱିକେଟ୍ ହାସଲ କରିବା ପରେ ଅଶ୍ୱିନ ଶୀର୍ଷ ବୋଲର୍ ପ୍ୟାଟ୍ କମିନ୍ସଙ୍କଠାରୁ ବ୍ୟବଧାନକୁ କମ୍ କରିଛନ୍ତି। ଅଶ୍ୱିନଙ୍କୁ ୪୩ ରେଟିଂ ପଏଣ୍ଟର ଲାଭ ହୋଇଥିବା ବେଳେ ଏବେ ତାଙ୍କ ପଏଣ୍ଟ ୮୮୩ ହୋଇଛି। ଫଳରେ ସେ ତୃତୀୟ ସ୍ଥାନରେ ଥିବା ଜୋଶ୍ ହେଜଲ୍‌ଉଡ୍‌ଙ୍କଠାରୁ ୬୭ ପଏଣ୍ଟ ଆଗରେ ରହିଛନ୍ତି। ସେହିପରି ସେ ଅଲ୍‌ରାଉଣ୍ଡର୍ ତାଲିକାରେ ଗୋଟିଏ ସ୍ଥାନର ଉନ୍ନତି ସହ ଦ୍ୱିତୀୟରେ ପହଞ୍ଚିଥିବା ବେଳେ ସାଥୀ ଖେଳାଳୀ ରବୀନ୍ଦ୍ର ଜାଡେଜା ଚତୁର୍ଥକୁ ଖସି ଆସିଛନ୍ତି। ଏହି ତାଲିକା ଶୀର୍ଷରେ ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍ଡର ସ୍ଥିର ରହିଛନ୍ତି। ଗଲ୍ ଟେଷ୍ଟ ପରେ ହୋଲ୍ଡର ବୋଲିଂ ତାଲିକାର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।

ଶ୍ରୀଲଙ୍କାର ୨-୦ରେ ସିରିଜ୍ ବିଜୟ ପରେ ଦଳ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ଶିପ୍ ପଏଣ୍ଟ ଟେବଲ୍ ଶୀର୍ଷରେ ରହିଛି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରେଗ୍ ବ୍ରାଥ୍‌ୱେଟ୍ ୧୦ଟି ଏବଂ ଏନ୍‌କ୍ରୁମାହ ବୋନର୍ ୧୭ଟି ସ୍ଥାନର ଉନ୍ନତି ସହ ବ୍ୟାଟିଂ ତାଲିକାରେ ଯଥାକ୍ରମେ ୩୯ ଓ ୪୨ତମ ସ୍ଥାନରେ ରହିଛନ୍ତି। ତେବେ ଗଲ୍ ଟେଷ୍ଟ୍‌ର ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଧନଞ୍ଚୟ ଡି ସିଲ୍‌ଭା (ଅପରାଜିତ ୧୫୫ ରନ୍‌)ଙ୍କୁ ୧୨ଟି ସ୍ଥାନରେ ଲାଭ ହୋଇଛି ଏବଂ ସେ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି। ସ୍ପିନର୍ ଲାସିଥ୍ ଏମ୍ବୁଲଡେନିଆ ଓ ରମେଶ ମେଣ୍ଡିସ୍‌ଙ୍କୁ ମଧ୍ୟ ବୁଧବାରର ରାଙ୍କିଙ୍ଗ୍‌ରେ ଲାଭ ମିଳିଛି। ଏମ୍ବୁଲଡେନିଆ (୭ ୱିକେଟ୍‌) ପାଞ୍ଚଟି ସ୍ଥାନରେ ଲାଭ ସହ ୩୨ତମ ଏବଂ ମେଣ୍ଡିସ୍ (୧୧ ୱିକେଟ୍‌) ୧୮ଟି ସ୍ଥାନର ଲାଭ ସହ ୩୯ ତମ ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ବ୍ୟାଟିଂରେ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି। ରୋହିତ ମୁମ୍ବାଇ ଟେଷ୍ଟରେ ଖେଳିନଥିବା ବେଳେ କୋହଲି ଶୂନ୍ୟ ଓ ୩୬ ରନ୍ କରିଥିଲେ।