ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ୍‌ ପ୍ରତିଯୋଗିତା ଆରମ୍ଭ

କଟକ,ଏନ୍ଏନ୍ଏସ୍: ଆରମ୍ଭ ହେଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ୍‌ ପ୍ରତିଯୋଗିତା। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ୩ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ମେଗା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ ଖେଳାଳି ଅଂଶ ଗ୍ରହଣ କରିଛନ୍ତି।

ଏନେଇ ରାଜ୍ୟ ବ୍ୟାଡମିଣ୍ଟନ ସଙ୍ଘ ସମ୍ପାଦକ କହିଛନ୍ତି ଯେ, ‘ଏହି ପ୍ରତିଯୋଗିତା ଆୟୋଜନର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ନୂଆ ନୂଆ ପ୍ରତିଭାଙ୍କୁ ଚିହ୍ନଟ କରି ଜାତୀୟସ୍ତରକୁ ପଠାଇବା। କାରଣ ବ୍ୟାଡମିଣ୍ଟନ କ୍ରୀଡା କ୍ଷେତ୍ରରେ ଓଡିଶା ବର୍ତ୍ତମାନ ଧୀରେ ଧୀରେ ଅଗ୍ରଗତି କରୁଥିବାବେଳେ ଏହିଭଳି ପ୍ରତିଯୋଗିତା ଖେଳାଳିମାନଙ୍କ ମନୋବଳକୁ ଆହୁରି ମଜଭୁତ କରିବ।’ ତେବେ ୧୯ ବର୍ଷରୁ କମ ବୟସର ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗନେଇଛନ୍ତି।