ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାଥି କରିବା ଆଦିବାସୀ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନିରଞ୍ଜନ ବିଶି

ପାଟଣାଗଡ଼,ଏନ୍ଏନ୍ଏସ୍: ରାଷ୍ଟ୍ରପତି ପଦ ପାଇଁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବ ରାଜ୍ୟପାଳ ଦ୍ରୋପଦି ମୁର୍ମ୍ମୁଙ୍କୁ ଏନ୍‌ଡ଼ିଏ ପ୍ରାର୍ଥି ଘୋଷଣା କରିବା ପରେ ସାରା ରାଜ୍ୟରେ ଆଦିବାସୀ ମହଲରେ ଆନନ୍ଦ ଖେଳିଯାଇଛି। ଏହାକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସ୍ୱାଗତ କରିଛି। ମହାସଂଘର ମହାସଚିବ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରମତୀ ମୁର୍ମୁ ରାଷ୍ଟ୍ରପତି ହେଲେ ସମଗ୍ର ଦେଶରେ ଆଦିବାସୀ ତଥା ମହିଳା ମାନଙ୍କର ସାମଗ୍ରିକ ବିକାଶ ଘଟିବ।

ଶ୍ରୀମତୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ଭାଷା ଓ ସଂସ୍କୃତି ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୈତିକ ଗମନାଗମନ ଆଦିବାସୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରିଛନ୍ତି। ସମଗ୍ର ଦେଶରେ ୧୨ କୋଟି ଆଦିବାସୀ ମାନଙ୍କ ମୌଳିକ ଅଧିକାର ତଥା ସାମ୍ବିଧାନିକ ଅଧିକାରୀର ସୁରକ୍ଷା ଓ ସଂରକ୍ଷଣ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗଣମାଧ୍ୟମକୁ କହିଛନ୍ତି।