ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚେତନତା ରଥକୁ ଦେବଗଡରେ ଭବ୍ୟ ସ୍ଵାଗତ

ଦେବଗଡ଼,ଏନ୍ଏନ୍ଏସ୍: ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ଅଧିନିୟମ ଓ ଯୋଜନାର ସଫଳ ରୂପାୟନ ଓ ଗୋଷ୍ଠୀର ସହଭାଗୀତାକୁ ନିଶ୍ଚିତ କରାଇବା ପାଇଁ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଗତ ନଭେମ୍ବର ୨୦ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଶିଶୁ ସୁରକ୍ଷା ସଚେତନତା ରଥକୁ ଦେବଗଡ ଜିଲ୍ଲାରେ ସ୍ଵାଗତ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ଵ ଓ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁଙ୍କ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲାରେ ଏହି ଅଭିଯାନକୁ ସବୁଜ ପତାକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ ଶୁଭାରମ୍ଭ କରିଥିଲେ।

ଜିଲ୍ଲା ସଦର ମହକୁମାରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତ ୱାର୍ଡର ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂ ସହାୟକ। ଗୋଷ୍ଠୀ ତଥା ଶିଶୁଙ୍କ ପ୍ରତିନିଧି ଓ ଚାଇଲ୍ଡଲାଇନ କର୍ମକର୍ତ୍ତାଙ୍କ ସହ ସି.ଡବ୍ଲୁ.ସି. ଅଧ୍ୟକ୍ଷ ଅତୁଲ୍ୟ ପୂଜାରୀ ଓ ସଦସ୍ୟ ଜ୍ୟୋଷ୍ଣରଣୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୋଜାଲିନ କେରକେଟ।, ସି.ଡି.ପି.ଓ ମାନବୀ ରାୟ, ସପୋର୍ଟ ଶିଶୁ ଗୃହ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ସାହୁ ସାମିଲ ହୋଇଥିଲେ। ଏହି ସଚେତନା ରଥକୁ ରିଆମାଳ ବ୍ଲକରେ କୀର୍ତନ ମଣ୍ଡଳୀର ମୃଦଙ୍ଗର ତାଳେ ତାଳେ ଶିଶୁମାନଙ୍କ ସହ ସି.ଡି.ପି.ଓ. ନମିତା ରାଉତ, ଚାଇଲ୍ଡଲାଇନ ନିର୍ଦ୍ଦେଶିକା ରୀତାରାଣୀ ରାଉତ, ସି.ଏସ.ଡି.ଆରର ସଭାପତି ଜଗନାଥ ପଣ୍ଡା, ରିଆମାଳ ସରପଞ୍ଚ ତରିଣୀସେନ ପ୍ରଧାନ ଓ ଅତିରିକ୍ତ ବି.ଡି.ଓ ଜିତୁରଞ୍ଜନ ଜେନା ସ୍ଵାଗତ ଜଣାଇଥିଲେ।

ସେହିପରି ଖିଲେଇ ପଞ୍ଚାୟତରେ ସୁପରଭାଇଜର ଜଲି ବୁଡ।, ପ୍ରଶାନ୍ତ ନାୟକ ଓ ସମାଜସେବୀ ଅନିରୁଦ୍ଧ ନାୟକ ନେତୃତ୍ଵରେ ଶତାଧିକ ଗ୍ରାମବାସୀ ଏହି ସଚେତନତା ରଥକୁ ସ୍ଵାଗତ କରିଥିଲେ। ଅପରାହ୍ଣରେ ବ।ରକୋଟ ବ୍ଲକରେ, ଏହି ଶିଶୁ ସୁରକ୍ଷା ସଚେତନତା ରଥର ଜିଲ୍ଲା ପରିକ୍ରମା ଅଭିଯାନର ବିଦାୟ ପର୍ବ ବି.ଡି.ଓ ଆକାଶ ରଞ୍ଜନ ସାହୁଙ୍କ ନେତୃତ୍ଵରେ ସି.ଡି.ପି.ଓ ପ୍ରବୀଣ ମିଶ୍ର, ଆକ୍ସନଆଡ ଜିଲ୍ଲା ସଂଯୋଜକ ପୀତବାସ ବେହେରା, ଚାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ପ୍ରମୁଖ ଉପସ୍ଥିତିରେ ସମାପନ ହୋଇଥିଲେ।