Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉଦ୍‍ଘାଟିିିତ ହେଲା କୋଣାର୍କ ଉତ୍ସବ-୨୦୨୧ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉଦ୍‍ଘାଟିିିତ ହେଲା କୋଣାର୍କ ଉତ୍ସବ-୨୦୨୧

କୋଣାର୍କ,ଏନ୍ଏନ୍ଏସ୍: ଗୀତ-ବାଦ୍ୟ ଓ ନୃତ୍ୟର ଛନ୍ଦରେ ଶିଳ୍ପୀଙ୍କ ପରିବେଷଣ ଭାବାବେଶ ସୃଷ୍ଟି କରିଥିଲା। ନୃତ୍ୟାଙ୍ଗନାଙ୍କ ହୃଦୟଛୁଆଁ ଅଭିନୟ ସହ ଆଲୋକ ଓ ସାଜସଜାରେ ମୁକ୍ତାକାଶ ମଞ୍ଚ ସ୍ୱର୍ଗର ସୁଧର୍ମା ସଭାର ଭ୍ରମ ସୃଷ୍ଟି କରୁଥିଲା। ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ତଥା ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ, କ୍ରୀଡା-ଯୁବ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‍, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ନିର୍ଦ୍ଦେଶକ ଅରୁଣ ମଲ୍ଲିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ପରିଚାଳିକା ଡ. ସଂଗୀତା ଗୋସାଇଁ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ।

ଆଜି ପ୍ରଥମ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଦିଲ୍ଲୀ ଅବସ୍ଥାପିତ ଓଡିଶୀ ନୃତ୍ୟା ବିଦୁଷୀ ମାଧବୀ ମୁଦ୍‍ଗଲ ଓ ସାଥୀ ପରିବେଷଣ କରିଥିଲେ ନର୍ତ୍ତନ ଗଣେଶ। ଉଭୟ ଲାସ୍ୟ ଓ ତାଣ୍ଡବ ନୃତ୍ୟ ଶଇଳୀରେ ସମୃଦ୍ଧ ନର୍ତ୍ତନ ଗଣେଶ ଉପସ୍ଥାପନ ପରେ ପରେ ମାଧବୀଙ୍କ ଦ୍ୱିତୀୟ ପ୍ରସ୍ତୁତି ଥିଲା ଶୁଦ୍ଧ ନୃତ୍ୟ ପଲ୍ଲବୀ। କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚିତ ବାତ୍ସଲ୍ୟରସ ଆଧାରିତ ଉଠିଲୁ ଏଡେ ବେଗେ କାହିଁକିରେ ଦୁଃଖୀଧନର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଉକ୍ତ ଉତ୍ସବରେ ଚନ୍ଦ୍ରଭାଗା ବେଳାଭୂମୀରେ ୨୦୨୧ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଉପୋରକ୍ତ ଅତିଥି ମାନଙ୍କ ଦ୍ୱାର ଉଦ୍‍ଘାଟିତ ହୋଇଯାଇଛି। ଦେଶ ଓ ବିଦେଶରୁ ୧୦୦ ଜଣ ବାଲୁକା ଶିଳ୍ପୀ ଅଶଂଗ୍ରହଣ କରି ପ୍ରଥମ ଦିବସରେ ସ୍ଥାପତ୍ୟ ଓ ସଂସ୍କୃତି ଉପରେ ନିଜ ନିଜର ବାଲୁକା କଳାକୁ ଉପସ୍ଥାପନ କରି ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରାଇଥିଲେ। ବ୍ରାଣ୍ଡ ଅମ୍ବାସଡର ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟ ପରିଚାଳକ ରୁପେ କାର୍ଯ୍ୟ ନିଭାଇ ଥିଲେ।