ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର ବୋଲର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆଜି ଗୋଆରେ ଟିଭି ପ୍ରେଜେଣ୍ଟର ସଞ୍ଜନା ଗଣେଷନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବୁମରାହ ଓ ସଞ୍ଜନା ଏକ ଘରୋଇ ଉତ୍ସବରେ ପରିବାର ଓ କିଛି ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ କରୋନା ନିୟମକୁ ବିଶେଷ ରୂପେ ଧ୍ୟାନ ଦିଆଯାଇଥିଲା। ବୁମରାହ ଓ ସଞ୍ଜନା ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବୁମରାହ  ଖେଳି ନଥିଲେ। ବିସିସିଆଇକୁ ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରାହ ଛୁଟି ମାଗିଥିଲେ ଯାହାକୁ ମଞ୍ଜୁର କରାଯାଇଥିଲା। ଆଉ ତା’ର କିଛିଦିନ ପରେ ବୁମରାହ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା।