ମମତାଙ୍କ ଆହତ ହେବାକୁ ନେଇ ପ୍ରତିକ୍ରିୟା ରଖିଲେ ଶାହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା କଥିତ ଆକ୍ରମଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ଦେଇଛନ୍ତି। ଶାହ କହିଛନ୍ତି ଯେ, ନିକଟରେ ମମତା ଆହତ ହୋଇଛନ୍ତି ଓ ତାଙ୍କୁ ଖୁବ୍ ଯନ୍ତ୍ରଣା ହେଉଛି। କିନ୍ତୁ ତୃଣମୂଳ କଂଗ୍ରେସ ଶାସନ ଦ୍ୱାରା ହତ୍ୟା କରାଯାଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାରର ଯନ୍ତ୍ରଣାର କ’ଣ ? କମ୍ୟୁନିଷ୍ଟ ଶାସନ ସମାପ୍ତ ହେବାପରେ ବଙ୍ଗଳାରୁ ରାଜନୈତିକ ହିଂସା ସମାପ୍ତ ହୋଇଯିବ।  କିନ୍ତୁ ରାଜନୈତିକ ହିଂସା ବଢ଼ି ଚାଲିଛି । ବିଜେପିର ୧୩୦ କାର୍ଯ୍ୟକର୍ତ୍ତାଙ୍କୁ ମାରି ଦିଆଯାଇଛି ।

ସୂଚନାଯୋଗ୍ୟ, ମମତା ବାନାର୍ଜୀ ୧୦ ତାରିଖରେ ନନ୍ଦୀଗ୍ରାମରେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଚାର ଆରମ୍ଭ କରିଥିଲେ। ଆଉ ପ୍ରଚାର କରିବା ସମୟରେ ହିଁ ଆହତ ହୋଇଥିଲେ। ମମତାଙ୍କ ବାମ ଗୋଡ଼ରେ ଆଘାତ ଲାଗିବା ସହ ୪୮ ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିଥିଲା।