ପଞ୍ଜାବ: କୃଷି ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହେବ ଷ୍ଟାଡିୟମ୍

ଚଣ୍ଡିଗଡ଼,ଏଜେନ୍ସି: କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଦୀର୍ଘ ସମୟ ଧରି ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି। ଏହି ଚାଷୀ ଆନ୍ଦୋଳନ ସମୟରେ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କୁ ମନେପକାଇବା ଉଦ୍ଦେଶ୍ୟରେ ଷ୍ଟାଡିୟମ ନିର୍ମାଣ ହେବ। ଚମକୋର ସାହିବ ବିଧାନସଭା କ୍ଷେତ୍ରର ହରିପୁର ତଥା ରୋଡମାଜରା ଗ୍ରାମରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ଏହି ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ୧ କୋଟି ଦେବାକୁ ଘୋଷଣା କରିଛନ୍ତି।

ଏଥିସହିତ ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାର ଆକ୍ସନମୋଡରେ ଆସିଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଚମକୋର ସାହିବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମ ପାଇଁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଏଥିସହିତ ୨ କିଲୋୱାଟ ଭିତରେ ବ୍ୟବହାର କରୁଥିବା ବିଦ୍ୟୁତ ଉପଭୋକ୍ତାଙ୍କ ବାକି ଥିବା ରାଶିକୁ ମଧ୍ୟ ଛାଡ଼ କରିବାକୁ ଘୋଷଣା କରିଛନ୍ତି।