ଫାଇଜର ଭ୍ୟାକ୍ସିନ ପିଲାଙ୍କ ଲାଗି ୯୧ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ମାଧ୍ୟମ। ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ପରେ ଏବେ ପିଲାଙ୍କୁ ଭ୍ୟାକ୍ସିନ ଲଗାଇବା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ଫାଇଜର କମ୍ପାନୀ ପିଲାଙ୍କ ଲାଗି ଏକ ଖାସ୍ ଭ୍ୟାକ୍ସିନ ପ୍ରସ୍ତୁତ କରିଛି। ଏହି ଭ୍ୟାକ୍ସିନ ପିଲାଙ୍କ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ନେଇ ଖାଦ୍ୟ ଏବଂ ଔଷଧୀ ପ୍ରଶାସନ (ଏଫଡିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଏଫଡିଏର ରିପୋର୍ଟ ମୁତାବକ, କରୋନା ସଂକ୍ରମଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି ଥିବା କିମ୍ବା ଗୁରୁତର ଥିବା ପିଲାଙ୍କୁ ମୃତ୍ୟୁ କବଳରୁ ରକ୍ଷା କରିବା ଲାଗି ଏହି ଭ୍ୟାକ୍ସିନ ଲାଭଦାୟୀ। ଏହି ଭ୍ୟାକ୍ସିନର ୨ଟି ଡୋଜ୍ ଲଗାଇବା ପରେ ସଂକ୍ରମଣ ଉପରେ ୯୧ ପ୍ରତିଶତ ଫଳପ୍ରଦ ହେବ। ଏଥିରେ ସୁରକ୍ଷାଜନିତ କୌଣସି ସମସ୍ୟା ମଧ୍ୟ ଦେଖିବାକୁ ମିଳିନାହିଁ। କିନ୍ତୁ ଉକ୍ତ ଟିକା ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ବିଶେଷଜ୍ଞ କମିଟିର ପରାମର୍ଶ ନେବାକୁ ପଡ଼ିବ।