ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସ୍ୱୟଂ ସହାୟିକା ଗୋଷ୍ଠୀର ସହାୟତା

ଆଳି,ଏନ୍ଏନ୍ଏସ୍: ଆଳି ବ୍ଲକ ନିଆଳ ପଞ୍ଚାୟତର ୭ଟି ସ୍ୱୟଂ ସହାୟିକା ଗୋଷ୍ଠୀ ମିଶି କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୨ ହଜାର ଟଙ୍କା ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି। ସୋମବାର ପୂର୍ବାହ୍ନରେ ନିଆଳ ପଞ୍ଚାୟତର ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବାବା କ୍ଷମାଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀ, ସାହାଡ଼ା ସୁନ୍ଦରୀ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟିକା ଗୋଷ୍ଠୀ, ବାବା ବଟ ଗୋସାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ, ଓଁ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଓ ସମ୍ପାଦକମାନେ ବ୍ଲକ କାର୍ୟ୍ୟାଳୟରେ ପହଁଚି ବିଡ଼ିଓ ଦ୍ୱିବେନ୍ଦୁ ଦାସଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି ।