ବ୍ରହ୍ମପୁରରେ କରୋନା କଟକଣାକୁ ଅବମାନନା: ୬୪୭ ଜଣଙ୍କ ବାଇକ୍‌ ସିଜ୍‌, ୬ଗିରଫ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁରରେ କରୋନା କଟକଣାକୁ ଅବମାନନା କରି ୬ ଜଣ ଗିରଫ ହୋଇଥିବାବେଳେ ୬୪୭ ଜଣଙ୍କ ବାଇକ୍‌ ସିଜ୍‌ କରାଯାଇଛି । ଏହା ସହ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ ।

ସେହିପରି ଆଜି ୩ ଲକ୍ଷ ୭୨ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରିଛି ପୋଲିସ ବ୍ରହ୍ମପୁର ପୁଲିସ।

ସେପଟେ ଗଞ୍ଜାମରେ ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ପଡ଼ିବ। ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ, ରୁମାଲ କିମ୍ବା ସ୍କାର୍ଫ ବାନ୍ଧିବାକୁ କଡ଼ା ନିର୍ଦ୍ଦେଶ ରହିଛି। ନଚେତ ଜୋରିମାନା ଗଣିବାକୁ ପଡ଼ିବ। ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଜୋରିମାନା ପରିମାଣ ଅଲଗା ଅଲଗା ରହିଛି। ଗ୍ରାମାଞ୍ଚଳରେ ୫୦୦ ଓ ସହରାଞ୍ଚଳରେ ହଜାରେ ଟଙ୍କା ଫାଇନ୍‌ ଅଦାୟ କରାଯିବ।