ଇଣ୍ଡିଆ ବୁକ ଅଫ ରେକର୍ଡସରେ ସୃଷ୍ଟି

  • ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଏକ ଉପାନ୍ତ ଅଞ୍ଚଳଭାବେ ପରିଚିତ। କିନ୍ତୁ ଏହି ଅଞ୍ଚଳଟିରେ କୁନି ପ୍ରତିଭାଙ୍କ ଅସାଧାରଣ ଜ୍ଞାନ ଯୋଗୁଁ ଅଞ୍ଚଳଟି ସବୁବେଳେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ମାତ୍ର ୫ ବର୍ଷର ଝିଅ ସୃଷ୍ଟି ମିଶ୍ର ଓରଫ ଭୁରବି ନିଜର ଆସାଧରଣ ଜ୍ଞାନ ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ଭୁରବିଙ୍କ ଏଭଳି ଜ୍ଞାନ ମାତ୍ର ୨ବର୍ଷ ବୟସରେ ଜଣାପଡ଼ିଥିଲା ବୋଲି କୁହନ୍ତି ପିତା କାହ୍ନୁ ଚରଣ ମିଶ୍ର। ଭୂରବିଙ୍କ ପିତା କାହ୍ନୁ ଚରଣ ମିଶ୍ର ଓ ମାତା ସୁମାନି ପାଣି।
    ଉଭୟ ବାପା ଓ ମା’ ଶିକ୍ଷକ ଶିକ୍ଷୟିତ୍ରୀ ଅଟନ୍ତି। ଉମରକୋଟ ବଚପନ୍ ପ୍ଲେ ସ୍କୁଲରେ ୟୁକେଜିର ଛାତ୍ରୀ ଅଟନ୍ତି ଭୁରବି। ବର୍ତ୍ତମାନ ସେ ଉମରକୋଟ ସହରର ଗୁଲିପାଟଣା ସାହିରେ ବାସ କରନ୍ତି। ସୃଷ୍ଟିଙ୍କ ଆସାଧରଣ ପ୍ରତିଭା ହେଲା ସେ ଏକାଥରକେ ୯ଟି ଇଂରାଜୀ ରାଇମ, ୫ଟି ହିନ୍ଦୀ ରାଇମ, ୫୬ଟି ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର, ୨୫ଟି ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବା, ଆଲଫାବେଟରେ ‘ବ ରୁ ଚ୍ଛ’ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ଓ ନେତାଙ୍କ ନାଁ କହିବା, ଭାଗବତ ଗୀତା, ଶିବ ତାଣ୍ଡବ ଗାଇବା, ୫ଟି ଶ୍ଳୋକ ଉଚ୍ଚାରଣ କରିବା, ୨ଟି ଇଂରାଜୀ ଗଳ୍ପ କହିବା, ବୃକ୍ଷ ଉପରେ ସଚେତନତା କାର୍ଯ୍ୟକ୍ରମ କରିବା, ସ୍ୱାଧୀନତା ଦିବସ, ଗୁରୁ ଦିବସ ଉପରେ ବକୃତା ଇତ୍ୟାଦି ଅନର୍ଗଳ କହିପାରନ୍ତି।
    ସୃଷ୍ଟିଙ୍କ ପିତା ଜୁନ ୪ରେ ଅନଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଁ ଆବେଦନ କରିଥିଲେ। ୨୬ ତାରିଖ ଦିନ ସଂସ୍ଥା ତରଫରୁ ଡାଟା ମାଗିଲେ ସେ ଅନୁଯାୟୀ ପିତା ସମସ୍ତ ଭିଡିଓ ଓ ତଥ୍ୟ ଅପଲୋଡ କରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ୩୦ଜୁନରେ ଭିଡିଓ କଲିଙ୍ଗ କରି ପରୀକ୍ଷା ନେଇଥିଲେ। ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ତରଫରୁ ସୃଷ୍ଟିଙ୍କ ନିକଟକୁ ମେଡାଲ, ମାନପତ୍ର, ଷ୍ଟିକର, ବ୍ୟାଚ ଇତ୍ୟାଦି ପହଞ୍ଚିଲା। ସୃଷ୍ଟିଙ୍କର ଏହି ପ୍ରତିଭା ପ୍ରଚାରିତ ହେବା ପରେ ସହରରେ ଖୁସିର ଲହରି ସହରରେ ଦେଖାଯିବା ସହ ଶୁଭେଛୁ ଓ ଶିକ୍ଷକ ସମାଜ ସୃଷ୍ଟିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।a