ପ୍ରକାଶ ପାଇଲା +୩ ସ୍ପଟ୍ ମେରିଟ୍ ଲିଷ୍ଟ୍, ୨୭ରୁ ନାମଲେଖା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ସ୍ୱୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲିଥିବା ଯୁକ୍ତ ତିନି ସିଟ୍‌ରେ ନାମଲେଖା ପାଇଁ ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇଛି। କଲେଜ ନୋଟିସ୍‌ ବୋର୍ଡରେ ମେଧା ତାଲିକା ପ୍ରକାଶ କରାଯାଇଛି।

ସୋମବାର ଆପ୍ଲିକାଣ୍ଟ ଲଗ୍‌ଇନ୍‌ରେ ଏହା ଦେଖାଇବ। ଆସନ୍ତାକାଲିଠୁ ୨୭ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିବେ। ୨୭ ଓ ୨୮ ତାରିଖ ନାମଲେଖା ହେବ। ପରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କଲେଜ ପକ୍ଷରୁ ଇ-ସ୍ପେସ୍‌ରେ ଡାଟା ଅପଡେଟ୍‌ କରାଯିବ।