ୱାର୍ଲ୍ଡ ଚାମ୍ପିଆନ ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ୱାର୍ଲ୍ଡ ଚାମ୍ପିଆନ ଇଂଲଣ୍ଡକୁ ଶ୍ରୀଲଙ୍କା ୮ ୱିକେଟରେ ହରାଇ ଦେଇଛି । ଶ୍ରୀଲଙ୍କା ୧୫୭ ରନର ଲକ୍ଷ୍ୟ ମାତ୍ର ୨୫.୪ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଛି । ଶ୍ରୀଲଙ୍କା ତରଫରୁ ନିସଙ୍କା ଅପରାଜିତ ୭୭ ରନ୍ ହାସଲ କରିଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଲୋହିରୁ ସର୍ବାଧିକ ୩ ୱିକେଟ ନେଇଥିବାବେଳେ ଇଂଲଣ୍ଡ ୩୩.୨ ଓଭରରେ ୧୫୬ ରନରେ ସୀମିତ ହୋଇଯାଇଥିଲା । ୫ଟି ମ୍ୟାଚ୍ ଖେଳିଥିବା ଇଂଲଣ୍ଡକୁ ୪ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଇଂଲଣ୍ଡ ପାଇଁ ଏବେ ସେମିଫାଇନାଲ ରାସ୍ତା ଖୁବ୍ କଠିନ ହୋଇଯାଇଛି ।