କୋଲୋମ୍ବୋ,ଏଜେନ୍ସି: ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଆଜି ରାତି ୮ଟାରୁ କାଲି ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଦେଶରେ ଶାନ୍ତି ଶୃଙ୍ଖଳା ସ୍ଥିତିକୁ ବଜୟ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ସୂଚନା ଅନୁସାରେ କର୍ଫୁ ନିୟମ ଉଲ୍ଲଂଘନ କରିବା, ସାଧାରଣ ଲୋକଙ୍କୁ ଆକ୍ରମଣ କରିବା, ସରକାର ଓ ଲୋକଙ୍କ ସମ୍ପତ୍ତି ନଷ୍ଟ ପ୍ରଭୃତି ମାମଲାରେ ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି। ଏହି ମାନଙ୍କ ମଧ୍ୟରୁ ୬୮ ଜଣଙ୍କୁ ରିମାଣ୍ଡରେ ପଠାଯାଇଛି। ତେବେ ନୂତନ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ରନିଲ ବିକ୍ରମ ସିଂହ କହିଛନ୍ତି କି ଦେଶରେ କ’ଣ ପାଇଁ ଆର୍ଥିକ ସଙ୍କଟ ପରିସ୍ଥିତି ଉପୁଜିଛି ତାର ସମ୍ପୂର୍ଣ୍ଣ ବିବରଣୀ ଦେବେ।