ପୁଣି ୪ ଦିନ ବଢ଼ିଲା ଆଇଏଏସ ପୂଜା ସିଂଘଲଙ୍କ ରିମାଣ୍ଡ

ନୂଆଦିଲ୍ଲୀ: ନିଲମ୍ବିତ ଆଇଏଏସ ପୂଜା ସିଂଘଲଙ୍କ ୫ ଦିନିଆ ରିମାଣ୍ଡ ଶେଷ ହୋଇଯାଇଛି । ସେଥିପାଇଁ ଆଜି ପୂଜାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ପରେ ପୂଜା ଓ ତାଙ୍କ ସିଏ ସୁମନ କୁମାରଙ୍କୁ ପୁଣିଥରେ ୪ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ପୂଜା ସିଂଘଲଙ୍କୁ ମନରେଗା ଟଙ୍କା ହଡ଼ପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିଲା । ପୂଜାଙ୍କୁ ଜେରା ସମୟରେ ଅନ୍ୟ ଚିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।