ସ୍ପୁଟନିକ ଲାଇଟ ଭ୍ୟାକ୍ସିନକୁ ଆର୍ଜେଣ୍ଟିନାର ସବୁଜ ସଙ୍କେତ

ନୂଆଦିଲ୍ଲୀ: ଋଷ ନିର୍ମିତ ସିଙ୍ଗଲ ଡୋଜଯୁକ୍ତ ସ୍ପୁଟନିକ ଲାଇଟ ଭ୍ୟାକ୍ସିନକୁ ଆର୍ଜେଣ୍ଟିନା ମଞ୍ଜୁରୀ ପ୍ରଦାନ କରିଛି। ଏନେଇ ଋଷିୟନ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡୀଆଇଏଫ) ତରଫରୁ ସୂଚନା ଦିଆଯାଇଛି। ସ୍ପୁଟନିକ ଲାଇଟ ଭ୍ୟାକ୍ସିନ ହ୍ୟୁମେନ ଏଣ୍ଡିୟୋବାୟର ଷ୍ଟେରିୟୋଟାଇପ ୨୬ ଉପରେ ଆଧାରିତ।

ସୂଚନାଯୋଗ୍ୟ, ଆର୍ଜେଣ୍ଟିନା ୨୦୨୦ରେ ସର୍ବପ୍ରଥମେ ସ୍ପୁଟନିକ-ଭି ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଆର୍ଜେଣ୍ଟିନାରେ ବିନା କୌଣସି ଟ୍ରାଏଲରେ ଦି ନ୍ୟାସନାଲ ଏଡମିନିଷ୍ଟ୍ରେସନ ଅଫ୍ ଡ୍ରଗ୍ସ ଓ ଫୁଡ୍ସ ଏଣ୍ଡ ମେଡିକାଲ ଡିଭାଇସେଜ ଋଷରେ ହୋଇଥିବା କ୍ଲିନିକାଲ ଟ୍ରାଏଲ ଆଧାରରେ ଏହାକୁ ମଞ୍ଜୁରୀ ଦେଇଥିଲା।