ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଜେପି ପକ୍ଷରୁ କୋଲାବିରା ମଣ୍ଡଳରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ବିଜେପି କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାସଙ୍କ ସଭାପତିତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବାବେଳେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବିଜେପିର ବରିଷ୍ଠ ନେତା ସୁନିଲ ପଣ୍ଡା, ନେତାଜୀ ପଟ୍ଟନାୟକ, ପ୍ରେମସେନ ରାୟ ପ୍ରମୁଖଙ୍କ ସହ ବିଜେପିର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କୋଲାବିରା ବ୍ଲକ ଅନ୍ତର୍ଗତ କୋଲାବିରା, ସୋଢ଼ାମାଳ, ଝିର୍ଲାପାଲି, ପରମାନପୁର, କୁଳହିଁଆମାଳ, ପୋଖରାସଲେ, ସମାସିଂହା, କେଲଡ଼ାମାଲ ଓ ରଘୁନାଥପାଲି ପଂଚାୟତର ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସହ ବରିଷ୍ଠ ନେତା ବୀର କିଶୋର ଧୁରୁଆ ଓ ସୋଡ଼ାମାଳ ପୂର୍ବତନ ସରପଞ୍ଚ ବଳରାମ ପାଣ୍ଡେ ପ୍ରଧାନ ପ୍ରମୁଖ ଅନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଥିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।