ନାଗାଲାଣ୍ଡ ଫାୟରିଂ ଉପରେ ବୟାନ ଦେଲେ ଶାହ

ନୂଆଦିଲ୍ଲୀ: ନାଗାଲାଣ୍ଡ ଫାୟରିଂ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ବୟାନ ଦେଇଛନ୍ତି। ଶାହ କହିଛନ୍ତି ଯେ, ସରକାର ନାଗାଲାଣ୍ଡ ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛନ୍ତି। ଘଟଣାକ୍ରମେ ଦ୍ରୁତ ଗତିରେ ଯାଉଥିବା ଏକ ଗାଡ଼ିକୁ ସେନା ଅଟକାଇଥିଲା ମାତ୍ର ତାହା ଅଟକି ନଥିଲା। ଗାଡ଼ିଟି ନ ଅଟକିବାରୁ ସନ୍ଦିଗ୍ଧ ଆଶଙ୍କାରେ ସେନା ପକ୍ଷରୁ ଫାୟରିଂ କରାଯାଇଥିଲା। ଗାଡ଼ିରେ ଥିବା ୮ଜଣଙ୍କ ମଧ୍ୟରୁ ୬ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ୨ ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଗ୍ରାମବାସୀ ସେନାର ୟୁନିଟକୁ ଘେରି ନଇଥିଲେ। ଭୁଲ ବୁଝାମଣା ଯୋଗୁ ଏପରି ଏକ ଘଟଣା ଘଟିଛି। ଉକ୍ତ ଘଟଣା ପାଇଁ ସ୍ୱତନ୍ତ୍ର ଯାଞ୍ଚ ଦଳ(ଏସଆଇଟି) ଗଠନ କରାଯାଇଛି। ଆଉ ଏହାର ଯାଞ୍ଚ ମାସକ ମଧ୍ୟରେ ଶେଷ ହେବ।

ଅମିତ ଶାହ ଆହୁରି କହିଛନ୍ତି ଯେ, ଭବିଷ୍ୟତରେ ବିଦ୍ରୋହ ବିରୋଧରେ ଅଭିଯାନ ଚଲାଇବା ସମୟରେ ଯେପରି ଏମିତି ଘଟଣାର ପୁନରାବୃତ୍ତି ନହୁଏ ତାହା ସୁନିଶ୍ଚିତ କରିବାକୁ ସମସ୍ତ ଏଜେନ୍ସିକୁ କୁହାଯାଇଛି। ଉକ୍ତ ଘଟଣାକୁ ନେଇ ସେନା ପକ୍ଷରୁ ମଧ୍ୟ ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।