ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନା: ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କଂଗ୍ରେସ ସ୍ପଷ୍ଟ କରିଦେଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ । ତେଲେଙ୍ଗାନାର ମୋଟ ୧୧୯ ସିଟରେ ୬୪ ସିଟରେ କଂଗ୍ରେସ ବିଜୟୀ ହୋଇଛି । ଅନ୍ୟପଟେ ବିଆରଏସକୁ ୩୯ ଓ ବିଜେପିକୁ ୮ଟି ସିଟ୍ ମିଳିଛି ।

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ରବିବାର ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବୀ ଉପସ୍ଥାପନ କରିଥିଲେ । ସୋମବାର ବିଧାୟକ ଦଳର ବୈଠକ ହୋଇଥିଲା ।