ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ବାଳିକା ବିଦ୍ୟାଳୟରେ ୪ଦିନ ଧରି ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଥିବାବେଳେ ଆଜି ଉଦଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ଭୀମସେନ ଦେହୁରୀଙ୍କ ସଭାପତିତ୍ୱ ଓ ରଞ୍ଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଶେଷଦେବ ଜାନି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଜୟୀ ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଡିବେଟ ପ୍ରତିଯୋଗିତାରେ ନିହାରିକା ସାହୁ ପ୍ରଥମ, ଟିନା ସୁନା ଦ୍ୱିତୀୟ ଓ ନିକିତା ରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଟିନା ସୁନା ପ୍ରଥମ, ସିମ୍ରନ ସୁନା ଦ୍ୱିତୀୟ ଓ ଜ୍ୟୋତି ରଣା ତୃତୀୟ ହୋଇଛନ୍ତି । ସେହିପରି ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ପାୟଲ ବାଗ ପ୍ରଥମ, ପ୍ରିୟଙ୍କା ରଣା ଦ୍ୱିତୀୟ ଓ ସୁଜାତା ରଣା ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜୋତ୍ସ୍ନାମୟୀ ତ୍ରିପାଠୀ, ପଦ୍ମଲସା ତ୍ରିପାଠୀ, ସନ୍ଧ୍ୟାରାଣୀ ମିଶ୍ର, ବୀଣାପାଣି ନନ୍ଦ, ବବିତା ପ୍ରଧାନ, ନିପନ ନାୟକ, ବ୍ରହ୍ମା ଭୋଇ ଓ ବାସୁଦେବ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ ।