କିସ୍ତିରେ ମିଳିବ ସ୍ପାଇସ୍‌ଜେଟ୍ ବିମାନ ଟିକେଟ୍

ନୂଆଦିଲ୍ଳୀ,ଏଜେନ୍ସି: ଏଣିକି ବିମାନଯାତ୍ରୀମାନେ ବିମାନ ଟିକେଟ୍‌ର ପେମେଣ୍ଟ୍ କିସ୍ତିରେ କରିପାରିବେ। ବିମାନସେବା ପ୍ରଦାନକାରୀ ସ୍ପାଇସ୍‌ଜେଟ୍ ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଆଣିଛି। ଯାତ୍ରୀମାନେ ନିଜ ମନପସନ୍ଦର ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଟିକେଟ୍ ବୁକ୍ କରିପାରିବେ। ଟିକେଟ୍ ଅର୍ଥ ପରବର୍ତ୍ତୀ ସମୟରେ କିସ୍ତି ଜରିଆରେ ପେମେଣ୍ଟ୍ କରିବେ ବୋଲି କମ୍ପାନୀ ସୂଚନା ଦେଇଛି।

ଯାତ୍ରୀମାନଙ୍କ କ୍ଷେତ୍ରରେ ଏହା ଏକ ଉପଯୋଗୀ ସ୍କିମ୍। ପେ’ଲେଟର୍ କିମ୍ବା କାର୍ଡଲେସ୍ କିସ୍ତି ଜରିଆରେ ଯାତ୍ରୀମାନେ ୩, ୬, ୯ କିମ୍ବା ୧୨ ମାସିଆ କିସ୍ତି ଚୟନ କରିପାରିବେ। ୱାଲ୍‌ନଟ୍‌୩୬୯ ନାମରେ ନାମିତ ଏହି ସ୍କିମ୍ ଗ୍ରାହକମାନଙ୍କ ହିତରେ କମ୍ପାନୀ ଆରମ୍ଭ କରିଛି ବୋଲି ଚିଫ୍ କମର୍ସିଆଲ୍ ଅଫିସର୍ ଶିଳ୍ପା ଭାଟିଆ କହିଛନ୍ତି।