ସମନ୍ ସତ୍ତ୍ୱେ ବି ହାଜର ହେଲେନି ଜ୍ୟାକଲିନ୍‌, ପୁଣି ଥରେ ଇଡିର ନୋଟିସ୍

ନୂଆଦିଲ୍ଲୀ,ଏଜେନ୍ସି: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମନି ଲଣ୍ଡିରିଂ ମାମଲାରେ ତାଙ୍କ ନାଁ ଉଠିଛି। ଏନେଇ ଇଡିରେ ହାଜର ହେବାକୁ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଜ୍ୟାକଲିନଙ୍କୁ କୁହାଯାଇଥିଲା। ହେଲେ ସମନ୍ ସତ୍ତ୍ୱେ ବି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଇଡିରେ ହାଜର ହେଲେନି। ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେବା ନେଇ ଜ୍ୟାକଲିନଙ୍କୁ ସମନ ହୋଇଥିଲା। ମାତ୍ର ସେ ହାଜର ହୋଇନାହାନ୍ତି।

ତେବେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ସେ ହାଜର ହୋଇନଥିବା ନେଇ ଜ୍ୟାକଲିନଙ୍କ ଆଇନଜୀବୀ ଇଡି ସମ୍ମୁଖରେ କହିଛନ୍ତି। ଏନେଇ ତାଙ୍କୁ ପୁଣି ଥରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ମନି ଲଣ୍ଡିରିଂ ମାମଲାରେ ୨ ଥର ଇଡିରେ ହାଜର ହୋଇଥିଲା ଜ୍ୟାକଲିନ। ଅଗଷ୍ଟ ଓ ସେପ୍ଟେମ୍ବରରେ ସେ ହାଜର ହୋଇଥିବାବେଳେ ଇଡି ତାଙ୍କର ବୟାନ ରେକର୍ଡ କରିଥିଲା।

ମାତ୍ର ଏଥର ସମନ ପରେ ବି ସେ ଇଡିରେ ହାଜର ହୋଇନାହାନ୍ତି। ମାତ୍ର ଖୁବଶୀଘ୍ର ସେ ଆଉ ଥରେ ସମନ ପରେ ସେ ହାଜର ହୋଇପାରନ୍ତି। ସେପଟେ ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୪ ଘଣ୍ଟା ଯାଏଁପଚରାଉଚରା କରାଯାଇଥିଲା। ୨୦୦ କୋଟି ହେରଫେର ମାମଲାରେ ଏହି ଜେରା କରାଯାଉଛି। ବେଆଇନ ଭାବେ ଟଙ୍କାଙ୍କୁ ବିଦେଶରେ ବିନିଯୋଗ ହେଉଥିବା ଅଭିଯୋଗ ରହିଛି।