ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ

ପୁରୀ,ଏନ୍ଏନ୍ଏସ୍: ଦିନକୁ ଦିନ କରୋନା ଅଧିକ ଭୟଙ୍କର ହେବାରେ ଲାଗିଥିବା ବେଳେ କରୋନା ସଂକ୍ରମିତଙ୍କୁ ସଠିକ୍ ସମୟରେ ସଠିକ୍ ବ୍ୟବସ୍ଥା ଯୋଗାଇବା ସହ ସେମାନଙ୍କର ଯତ୍ନ ନେବା ସରକାରଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜିଂ ହୋଇପଡ଼ିଛି।

ତେବେ ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା। ତେଣୁ ପିପିପି ମୋଡ଼ରେ ପୁରୀରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍ପିଟାଲ। ଏହି ହସ୍ପିଟାଲକୁ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ଏହାକୁ ପରିଚାଳନା କରିବ।

ଏହା ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯିବ। ଏଥିରେ ୪୦ଟି ଆଇସିୟୁ ସହ ହସ୍ପିଟାଲରେ ରହିବ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ତେବେ ଏହାକୁ ସୁଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସେ ଏହା ମଧ୍ୟ କହିଛନ୍ତି ଗତ ୨୩ ତାରିଖରୁ ଆରଟି-ପିସିଆର ଟେଷ୍ଟିଂ ସେଣ୍ଟରରେ ତ୍ରୁଟି ଯୋଗୁଁ ଏହା ଏବେ ଅଚଳ ହୋଇପଡ଼ିଛି।

ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ ବଢାଇବା ସହ ଲକ୍ଷଣ ଥିଲେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।