ରାଜଧାନୀରେ ଅନଲାଇନ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ, ୫୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଅଡ୍ଡା) ଚାଲିଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି କମିସନରେଟ ପୁଲିସ।

ସେଠାରୁ ଗୋଟିଏ କାର ସହ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ ଗିରଫ ହୋଇଥିବା ୪ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଓ ଭୁବନେଶ୍ୱର ଅଞ୍ଚଳର। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଛାନବିନ୍ ଚଳାଇଛି।