ସ୍ପେନ ମାଷ୍ଟର୍ସ ଫାଇନାଲରେ ହାରିଲେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ସ୍ପେନ ମାଷ୍ଟର୍ସ ଟାଇଟଲ ହାତେଇବା ସ୍ବପ୍ନ ଅଧୁରା ରହିଛି । ରବିବାର ଅନୁଷ୍ଠିତ ଫାଇନାଲରେ ପରାସ୍ତ ହୋଇଛନ୍ତି ପିଭି ସିନ୍ଧୁ । ମହିଳା ଏକକ ଫାଇନାଲରେ ଜର୍ଜିଆର ମାରିସ୍କା ତୁନଜୁଙ୍କଠୁ ୨୧-୮, ୨୧-୮ ସିଧାସଳଖ ସେଟରେ ପରାସ୍ତ ହୋଇଛନ୍ତି । ଫଳରେ ଚଳିତ ସିଜନରେ ପ୍ରଥମ ଫାଇନାଲ ଖେଳିଥିବା ସିନ୍ଧୁଙ୍କ ଟାଇଟଲ ହାତେଇବା ସ୍ବପ୍ନ ଧୂଳିସାତ ହୋଇଛି । ରନର୍ସଅପ ହୋଇ ଅଭିଯାନ ଶେଷ କରିଛନ୍ତି ପିଭି ସିନ୍ଧୁ ।

ମ୍ୟାଚଟି ସଂଘର୍ଷପୂର୍ଣ୍ଣ ସମ୍ପୂର୍ଣ୍ଣ ଏକତରଫା ରହିଥିଲା । ସେମି ଫାଇନାଲରେ ସିଙ୍ଗାପୁରର ଜିଆ ମିନଙ୍କୁ ୨୪-୨୨, ୨୨-୨୦ ସେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ ସିନ୍ଧୁ । ଫାଇନାଲ ମୁକାବିଲାରେ ବିଶ୍ବମାନ୍ୟତାର ଦ୍ବାଦଶ ସ୍ଥାନରେ ରହିଥିବା ଜର୍ଜିଆର ମାରିସ୍କା ତୁନଜୁଙ୍ଗଙ୍କ ନିକଟରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ପ୍ରଥମରୁ ଧିମା ଆରମ୍ଭ କରିଥିଲେ ସିନ୍ଧୁ । ସାମାନ୍ୟ ତ୍ରୁଟି ପାଇଁ ସିନ୍ଧୁଙ୍କ ହାତରୁ ମ୍ୟାଚ ହାତଛଡା ହୋଇଛି । ସିନ୍ଧୁଙ୍କ ତ୍ରୁଟିର ଫାଇଦା ଉଠାଇଥିଲେ ପ୍ରତିନ୍ଦ୍ବନ୍ଦୀ । ୨୮ ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ ସିଧାସଳଖ ସେଟରେ ଜିତି ନେଇଥିଲେ ମାରିସ୍କା ତୁନଜୁଙ୍ଗ । ଫଳରେ ଚଳିତ ସିଜନରେ ପ୍ରଥମ ଫାଇନାଲ ଖେଳିଥିବା ଏହି ତାରକା ଭାରତୀୟ ଖେଳାଳିଙ୍କ ଟାଇଟଲ ହାତେଇବା ସ୍ବପ୍ନ ଅଧାରେ ରହିଛି ।