ସଫଳ ହେଲା ସ୍ପେଶ୍-ଏକ୍ସ ଇନସ୍ପିରେଶନ ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ

ନୂଆଦିଲ୍ଲୀ,ଏଜେନ୍ସି: ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ। ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ ରକେଟ୍। ପୃଥିବୀ କକ୍ଷରେ ୩ ଦିନ ପରିକ୍ରମା କରିବା ପାଇଁ ୪ ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ। ଏବେ ଏହି ୪ ଜଣ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି ଆସିଛନ୍ତି। ଏମାନଙ୍କୁ ଆମେରିକା କେନେଡି ସ୍ପେଶ ସେଣ୍ଟରରୁ ନେଇଯାଇଥିବା ସ୍ପେସଏକ୍ସର ଡ୍ରାଗନ ରକେଟ ୩ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବା ପରେ ସଫଳ ଭାବେ ସମୁଦ୍ରରେ ଓହ୍ଲାଇଛି।

ଏମାନେ ପୃଥିବୀ କକ୍ଷରେ ପରିକ୍ରମା କରିଥିବା ପ୍ରଥମ ସାଧାରଣ ନାଗରିକ। ଇନସ୍ପିରେଶନ ୪ର ୪ ଜଣ ମହାକାଶ ଯାତ୍ରୀ ପାରାଚ୍ୟୁଟ ସହାୟତାରେ ଆମେରିକା ସମୟ ଅନୁସାରେ ଶନିବାର ସନ୍ଧ୍ୟା ୭ଟାରେ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ସେପ୍ଟେମ୍ବର ୧୬ରେ ଭାରତୀୟ ସମୟ ଭୋର ୫ଟା ୩୩ରେ ଏମାନେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ମହାକାଶ ଯାତ୍ରା କରିଥିଲେ। ଏହି ମହାକାଶ ଯାନ ପ୍ରଥମଥର ଲାଗି ସାଧାରଣ ନାଗରିକଙ୍କୁ ନେଇ ପୃଥିବୀ କକ୍ଷରେ ଲଞ୍ଚ ହୋଇଥିଲା। ଆଉ ଏହି ରକେଟରେ ଥିବା ସମସ୍ତ ଯାତ୍ରୀ ପେଶାରେ ମହାକାଶ ଯାତ୍ରୀ ନଥିଲେ।