ଦେବଗଡ଼,ଏନ୍ଏନ୍ଏସ୍: ଓଡ଼ିଶା ପୁଲିସ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଦେବଗଡ଼ ଏସପି ପ୍ରମୋଦ କୁମାର ରଥଙ୍କୁ ରାଜ୍ୟ ସରକାର ଏସଏଜି ପାହ୍ୟାକୁ ପଦୋନ୍ନତି କରିଥିବା ଜଣାପଡ଼ିଛି । ୮୬ ବ୍ୟାଚର ଏହି ବରିଷ୍ଠ ପୁଲିସ ଅଧିକାରୀ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କମିଶନରେଟ ପୁଲିସର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତା ସହ କାର୍ଯ୍ୟ କରିଛନ୍ତି । ଶ୍ରୀ ରଥ ଗତ ୨୦୨୨ ଅଗଷ୍ଟ ମାସରେ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଗତକାଲି ଏସପି(ଏସଏଜି) ସିନିୟର ଏଡମିନିଷ୍ଟ୍ରେଟିଭି ଗ୍ରେଡ଼ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଏସପି ଶ୍ରୀ ରଥଙ୍କ ଜିଲ୍ଲାରେ ଯୋଗଦାନ ପରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ହେବାସହ ପୁଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହୋଇଛି ।