ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ

ସିଓଲ,ଏଜେନ୍ସି : ଦକ୍ଷିଣ କୋରିଆରେ କୋଭିଡ୍ ସଂକ୍ରମଣ ଏକପ୍ରକାର ରୋକାଯାଇ ପାରିଥିଲା ବେଳେ ଏବେ ପୁଣି ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ଜନବହୁଳ ଦେଶର ରାଜଧାନୀ ସିଓଲରେ କୋଭିଡ୍ ଭୂତାଣୁର ପୁଣି ସଂକ୍ରମଣ ଦେଖାଦେଇଛି। ମେ’ ମାସ ପ୍ରାରମ୍ଭରେ ଛୁଟି ପଡିବାରୁ ଲୋକଙ୍କ ସମାଗମ ଫଳରେ କୋଭିଡ୍ ଭୂତାଣୁର ସଂକ୍ରମଣ ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ସିଓଲରେ ଅଳ୍ପ କେତେକ ଲୋକ କୋଭିଡ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। ସେତେବେଳେ କୁହାଯାଉଥିଲା ଯେ, ଦକ୍ଷିଣ କୋରିଆ କୋଭିଡ୍ ଭୂତାଣୁ ସଂକ୍ରମଣ ରୋକିବାରେ ସଫଳ ହୋଇଛି।