ଝାରସୁଗୁଡା,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରୀପାଠିଙ୍କ ଉଦ୍ୟମରେ ବାଗଡିହିବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ଆଜିଠାରୁ ବାଗଡିହି ରେଳ ଷ୍ଟେସନରେ ସାଉଥ ବିହାର ଏକ୍ସପ୍ରେସର ରହଣି ପାଇଁ ଅନୁମତି ମିଳିଛି। ଏଥିପାଇଁ ବାଗଡିହି ଷ୍ଟେସନ ମ୍ୟାନେଜର ରେଳ ନାଗରିକ କମିଟି ବାଗଡିହିକୁ ଏକ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଷ୍ଟେସନ ମ୍ୟାନେଜରଙ୍କ ଲିଖିତ ପ୍ରତିଶ୍ରୁତି ପରେ ବାଗଡିହି ରେଳ ନାଗରିକ କମିଟି ପକ୍ଷରୁ ଆଜି ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ନୱାଲ ଅଗ୍ରୱାଲ, ବିଜୟ ଶର୍ମା, ନାଗରିକ କମିଟି ସଦସ୍ୟଙ୍କ ସହ ସ୍ଥାନୀୟଲୋକେ ଉପସ୍ଥିତ ଥିଲେ।