ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମୁକାବିଲା: ଭାରତ ପରାସ୍ତ, ୭ ଓ୍ବିକେଟ୍‌ରେ ମ୍ୟାଚ୍‌ ଜିତିଲା ଦ. ଆଫ୍ରିକା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅଜି ପ୍ରଥମ ଟି-୨୦ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦଳ ୭ ଓ୍ବିକେଟ ସହିତ ବିଜୟ ହାସିଲ କରିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମ ଇନିଂସରେ ୪ଟି ଓ୍ବିକେଟ ହରାଇ ୨୦ ଓଭରରେ ୨୧୧ ରନ୍‌ ସଂଗ୍ରହ କରିଥିଲା। ୨୧୨ ରନ୍‌ ଲକ୍ଷରେ ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ପଡ଼ିଆକୁ ଓହ୍ଲାଇ ଥିଲା।

ଦକ୍ଷିଣ ଆଫ୍ରିକା ଦଳରୁ କ୍ବିଣ୍ଟନ ଡି କକ୍‌ ଓ ତିମ୍ବା ବଭମା ଓପନିଂ କରିଥିଲେ। ଏହି ମଧ୍ୟରେ ତିମ୍ବା ବଭମାଙ୍କ ପ୍ରଥମ ଓ୍ବିକେଟ ପତନ ହୋଇଥିଲା। ଏହି ଇନିଂସରେ କ୍ବିଣ୍ଟନ ଡି କକ୍ ୨୨ ରନ୍‌ କରିଥିବା ବେଳେ ତିମ୍ବା ବଭମା ୧୦ ରନ୍‌, ଡାଓ୍ବିନ୍‌ ପ୍ରିଟୋରିୟସ୍ ୨୯ ରନ୍‌ କରିଥିଲେ। ଏହା ପରେ ରାଇସି ଭାନ୍‌ ଡେର ଡୁସେନ୍‌ ୭୫ ରନ୍‌ ଓ ଡେଭିଡ ମିଲର ୬୪ ରନ୍‌ କରି ଦଳକୁ ବିଜୟ ଦେଇଥିଲେ। ସେହିପରି ଏହି ଇନିଂସରେ ଭୁବନେଶ୍ବର କୁମାର, ହର୍ଷଲ ପଟେଲ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଏହା ପୂର୍ବରୁ ପ୍ରଥମ ଇନିଂସରେ ଭାରତ ଦଳରୁ ଇସାନ କିସାନ ଓ ରୁତୁରାଜ ଗାଏକଓ୍ବାଡ୍ ଓପନିଂ କରିଥିଲେ। ଇସାନ କିସାନ ୭୬ ରନ୍‌ କରିଥିବା ବେଳେ ରୁଜୁରାଜ ଗାଏକଓ୍ବାଡ୍‌ ୨୩ ରନ୍‌, ଶ୍ରେୟସ୍ ଅୟର ୩୬ ରନ୍‌, ଋଷଭ ପନ୍ତ ୨୯ ରନ୍, ହାର୍ଦ୍ଧିକ୍‌ ପାଣ୍ଡ୍ୟା ୩୧ ରନ୍‌ ଓ ଦିନେସ୍‌ କାର୍ତ୍ତିକ ୧ ରନ୍‌ କରି ମୋଟ ୪ଟି ଓ୍ବିକେଟ ହରାଇ ୨୧୧ ରନ୍‌ ସଂଗ୍ରହ କରିଥିଲେ।