ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ। ଜୁଲାଇ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୧୮ ତାରିଖରେ ମତଦାନ ଓ ୨୧ ତାରିଖରେ ଗଣତି ହେବା ନେଇ ତାରିଖ ସ୍ଥିର କରିଛନ୍ତି କମିଶନ। ଜୁଲାଇ ୨୪ରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ୨୫ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି। ଆଜି (ଗୁରୁବାର) ଦିଲ୍ଲୀରେ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର। ଆବଶ୍ୟକ ବହୁମତ ଠାରୁ ସାମାନ୍ୟ ପଛରେ ଅଛି ବିଜେପି ନେତୃତ୍ବାଧୀନ ଏନ୍ଡିଏ।
ଏଥିରେ ସଂସଦର ଉଭୟ ଗୃହ ରାଜ୍ୟସଭା, ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭାର ବିଧାୟକମାନେ ମତଦାନରେ ଅଂଶଗ୍ରହଣ କରିବେ। ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ହେବ। ନାମାଙ୍କନ ପତ୍ର ଦାଖଲ ପାଇଁ ଆବଶ୍ୟକ ୫୦ ଜଣ ପ୍ରସ୍ତାବକ। ସେହପରି ଭୋଟିଂ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ଭୋଟିଂ ହେବ। ଚଳିତ ଥର ୨୩୩ ରାଜ୍ୟସଭା ସାସଂଦ, ୫୪୩ ଲୋକସଭା ସାଂସଦ, ୪୧୨୦ ରାଜ୍ୟ ବିଧାନସଭା ସଦସ୍ୟଙ୍କୁ ମିଶାଇ ମୋଟ ୪୮୯୬ ନିର୍ବାଚିତ ଜନ ପ୍ରତିନିଧି ଭୋଟିଂରେ ଅଂଶଗ୍ରହଣ କରିବେ।