ଆଜି ୧୧ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୧ ଜିଲ୍ଲାରେ ଆଜି ଘଡଘଡି ଓ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାପରେ ରାଜ୍ୟରେ ଧୀରେଧୀରେ ବଢିବ ତାପମାତ୍ରା।

ରାଜ୍ୟରେ ଜାରି ରହିଥିବା ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟର ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିବ। ସେହିପରି ଆଜି ଦିନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ। ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ଖରାରୁ ନିସ୍ତାର ମିଳିବ। ଏହାପରେ ରାଜ୍ୟରେ ଧୀରେଧୀରେ ତାପମାତ୍ରା ବଢ଼ିବ।