ସୋର: ଓଲଟିଲା ଯାତ୍ରୀବାହୀ ବସ୍‌, ଦୁର୍ଘଟଣାରେ ୨୭ରୁ ଅଧିକ ଯାତ୍ରୀ ଆହତ

ସୋର,ଏନ୍ଏନ୍ଏସ୍: ସିମୁଳିଆ ଥାନା ଭଗିଆଶୁଣି ସ୍ଥିତ ୧୬ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍ ରାସ୍ତାରେ ଓଲଟି ପଡ଼ିବା ସହ ଦୁର୍ଘଟଣାରେ ୨୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଏଥିରେ ଗୁରୁତର ହୋଇଥିବା ୩ଜଣଙ୍କୁ କଟକ ଓ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଳଙ୍କାର ନାମକ ଏକ ଘରୋଇ ବସ୍‌ ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବାବେଳେ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା।

ଖବରପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ବସରେ ମୋଟ ୭୦ଜଣ ଯାତ୍ରୀ ଥିଲେ। ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ସିମୁଳିଆ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।