ରାସ୍ତାକଡ଼ କେନାଲକୁ ଓଲଟିପଡ଼ିଲା କାର, ୨ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶରଧାପୁର ନିକଟରେ ବିଳମ୍ବିତ ରାତିରେ ପାଟଣା ପଟରୁ କେନ୍ଦୁଝରକୁ ଯାଉଥିବା ଏକ କାର ରାସ୍ତାକଡ଼ରେ ଥିବା ଏକ କେନାଲ ଭିତରକୁ ଓଲଟିପିଡ଼ିଛି। ଫଳରେ କାରରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସେଠାରୁ ଆହତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।