ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ମାମଲାରେ ସିବିଆଇର ବିଶେଷ ଅଦାଲତ ପାଖାପାଖି ୧୦ ବର୍ଷ ପରେ ଫଇସଲା ଶୁଣାଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ସୁରଜ ପାଞ୍ଚୋଲୀଙ୍କୁ ମୁକ୍ତ କରାଯାଇଛି । କୋର୍ଟରେ ଫଇସଲା ଶୁଣାଣୀ ହେବା ସମୟରେ ଜିୟା ଖାନଙ୍କ ମା’ ରାବିୟା ଖାନ୍ ଉପସ୍ଥିତ ଥିଲେ ।
ସୁରଜ ପାଞ୍ଚେଲୀ ମୁକ୍ତ ହେବା ପରେ ରାବିୟା ଖାନ୍ କହିଛନ୍ତି ଯେ, ମୁଁ ପ୍ରଥମରୁ କହୁଛି ଏହି ମାମଲା ଆତ୍ମହତ୍ୟା ପାଇଁ ଉସୁକାଇବାର ନୁହେଁ ବରଂ ହତ୍ୟା ଉପରେ ଆଧାରିତ । ମୁଁ କୋର୍ଟର ଫଇସଲାକୁ ସମ୍ମାନ ଦେଉଛି । ଲଢ଼େଇ ଜାରି ରହିବ । ମୁଁ ମା’, ଆଉ ମୁଁ ମୋ ଝିଅ ପାଇଁ କାହିଁକି ଲଢ଼ିବିନି?
ସୂଚନାଯୋଗ୍ୟ, ୨୦୧୩ ଜୁନ୍ ୩ ତାରିଖରେ ଜିୟା ଖାନଙ୍କୁ ତାଙ୍କ ଘରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏଥିରେ ଜିୟାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ସୁରଜ ପାଞ୍ଚୋଲୀ ଅଭିଯୁକ୍ତ ଥିଲେ ।