ସୁଦାନରୁ ୨୪୬ ଜଣଙ୍କୁ ନେଇ ମୁମ୍ବାଇ ପହଞ୍ଚିଲା ବାୟୁସେନା ବିମାନ

ନୂଆଦିଲ୍ଲୀ: ସଙ୍କଟଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ କାବେରୀ ଜାରି ରହିଛି । ବାୟୁସେନାର ଏକ ବିମାନ ଆଜି ସୁଦାନରୁ ୨୪୬ ନାଗରିକଙ୍କୁ ନେଇ ମୁମ୍ବାଇ ପହଞ୍ଚିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ଅନେକ ଯାତ୍ରୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ବିମାନରେ ଏହାପୂର୍ବରୁ ୨୫୬ଜଣ ନାଗରିକ ଭାରତ ଆସିଥିଲେ । ନୈସେନାର ଜାହଜ ଆଇଏନଏସ ସୁମେଧା ମାଧ୍ୟମରେ ୨୭୮ଜଣ ସ୍ୱଦେଶ ଫେରିଥିଲେ । ଫଳରେ ବର୍ତ୍ତମାନ ସୁଦ୍ଧା ସୁଦାନରୁ ମୋଟ ୭୮୦ ଜଣ ଭାରତ ଫେରିଛନ୍ତିି ।