ରାହୁଲଙ୍କ ବିବାହକୁ ନେଇ ଏମିତି କିଛି କହିଲେ ସୋନିଆ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛିଦିନ ପୂର୍ବରୁ ସୋନୀପତର ମହିଳା କୃଷକଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ । ଏହିକ୍ରମେ ମହିଳା କୃଷକଙ୍କ ଏକ ଗ୍ରୁପ ଆଜି ସୋନିଆ ଗାନ୍ଧୀଙ୍କ ୧୦ ଜନପଥସ୍ଥିତ ଆବାସରେ ଏକତ୍ରିତ ହୋଇଛନ୍ତି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମହିଳା କୃଷକଙ୍କ ସହ ବସି ଆଲୋଚନ କରୁଥିବା ଦେଖିବାକୁ ମିଳିଥିଲା ।

ଏହି ସମୟରେ ମହିଳା କୃଷକମାନେ ସୋନିଆ ଗାନ୍ଧୀଙ୍କ ସହ ବସି ଭୋଜନ କରିବା ସହ ତାଙ୍କୁ ନିଜ ସହ ନଚାଇଥିଲେ । ଖାସ୍ କଥାଟି ହେଲା, ଏସବୁ ମଧ୍ୟରେ ସୋନିଆଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ ରାହୁଲଙ୍କ ବିବାହ କରାଇବାକୁ ତାଙ୍କୁ କହିଥିଲେ । ସୋନିଆ ମଧ୍ୟ ରାହୁଲଙ୍କ ଲାଗି ଝିଅ ଖୋଜିବାକୁ ସମ୍ପୃକ୍ତ ମହିଳାଙ୍କୁ କହିଥିଲେ । ସୋନିଆ ଏହା କହିବା ପରେ ଅନ୍ୟ ମହିଳାମାନେ ହସିବାକୁ ଲାଗିଥିଲେ । ଏହାପରେ ବିବାହ ହୋଇଯିବ ବୋଲି ରାହୁଲ ମଧ୍ୟ ଜବାବ ଦେଇଥିଲେ ।