ଜୟଦେବ ଭବନରେ ଡାର୍କ ଲାଇଟ୍ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱେର,ଏନ୍ଏନ୍ଏସ୍: ସଂସ୍କୃତିକୁ ସୁରକ୍ଷା ଦେବା ଓ ପ୍ରଚାର କରିବା ପାଇଁ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଶିଳ୍ପୀକା ପକ୍ଷରୁ ଜୟଦେବ ଭବନଠାରେ ଡାର୍କ ଲାଇଟ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ନୃତ୍ୟ ଓ ଚିତ୍ରରେ କୃତି ପ୍ରତୀଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା।

ଶିଳ୍ପୀକାର ସମ୍ପାଦକ ବାସୁଦେବ ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ପ୍ରତିଭା ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଶିଳ୍ପପତି ରଜତ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଏହି ଅବସରରେ ଅନୁଷ୍ଠିତ ନୃତ୍ୟ କାର୍ଯ୍ୟକ୍ରମକୁ ପାର୍ବତୀ ବାରିକ ନିର୍ଦ୍ଦେଶନା ଦେଇଥିଲେ।