ସିରିଜ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୁଣି ଦେଖିବାକୁ ମିଳିଛି ନକ୍ସଲଙ୍କ ବର୍ବର କାଣ୍ଡ। ନକ୍ସଲଙ୍କ ସିରିଜ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁଁ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରୁ ୩୦ରୁ ଊର୍ଦ୍ଧ୍ୱ ଯବାନ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ ଗଙ୍ଗୁଲୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନ ଯାଇଥିଲେ। ଉକ୍ତ ସମୟରେ ନକ୍ସଲମାନେ ଖଞ୍ଜିଥିବା ସିରିଜ ବୋମା ବିସ୍ଫୋରଣ ଘଟିଥିଲା। ଏହାପରେ ଯବାନ ସର୍ଚ୍ଚ ଅପରେସନ କରି କିଛି ସିରିଜ ବମ୍‌, ୧୦ କେଜିରୁ ଅଧିକ ବିସ୍ଫୋରକ ଥିବା ସିରିଜ ବମକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ଡିଆରଜି ଯବାନ। ଏହି ଘଟଣା ପରେ ପୁଲିସ୍‌ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।